ଦିତୀୟ ଶାମୁୟେଲ 9 : 1 (ORV)
ଅନନ୍ତର ଦାଉଦ ପଚାରିଲେ, ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି?
ଦିତୀୟ ଶାମୁୟେଲ 9 : 2 (ORV)
ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, ତୁମ୍ଭେ କି ସୀବଃ? ତହୁଁ ସେ କହିଲା, ଆପଣଙ୍କ ଦାସ ସେହି ।
ଦିତୀୟ ଶାମୁୟେଲ 9 : 3 (ORV)
ତହିଁରେ ରାଜା ପଚାରିଲେ, ମୁଁ ଯାହା ପ୍ରତି ପରମେଶ୍ଵରଙ୍କ ଦୟା ପ୍ରକାଶ କରି ପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି? ଏଥିରେ ସୀବଃ ରାଜାଙ୍କୁ କହିଲା, ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା ।
ଦିତୀୟ ଶାମୁୟେଲ 9 : 4 (ORV)
ତହୁଁ ରାଜା ତାହାକୁ ପଚାରିଲେ, ସେ କେଉଁଠାରେ ଅଛି? ତହିଁରେ ସୀବଃ ରାଜାଙ୍କୁ କହିଲା, ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି ।
ଦିତୀୟ ଶାମୁୟେଲ 9 : 5 (ORV)
ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ ।
ଦିତୀୟ ଶାମୁୟେଲ 9 : 6 (ORV)
ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା । ତହୁଁ ଦାଉଦ କହିଲେ, ହେ ମଫୀବୋଶତ୍ । ସେ ଉତ୍ତର କଲା, ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି ।
ଦିତୀୟ ଶାମୁୟେଲ 9 : 7 (ORV)
ତହିଁରେ ଦାଉଦ ତାହାକୁ କହିଲେ, ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ ।
ଦିତୀୟ ଶାମୁୟେଲ 9 : 8 (ORV)
ତେଣୁ ସେ ପ୍ରଣାମ କରି କହିଲା, ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?
ଦିତୀୟ ଶାମୁୟେଲ 9 : 9 (ORV)
ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ଵ ଦେଲି ।
ଦିତୀୟ ଶାମୁୟେଲ 9 : 10 (ORV)
ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତଦୁତ୍ପନ୍ନ ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍ ନିତ୍ୟ ମୋହର ମେଜରେ ଭୋଜନ କରିବ । ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ ।
ଦିତୀୟ ଶାମୁୟେଲ 9 : 11 (ORV)
ତେବେ ସୀବଃ ରାଜାଙ୍କୁ କହିଲା, ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ । ମଫୀବୋଶତ୍ ବିଷୟରେ ରାଜା କହିଲେ, ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ ।
ଦିତୀୟ ଶାମୁୟେଲ 9 : 12 (ORV)
ସେହି ମଫୀବୋଶତ୍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀଖା । ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍ର ଦାସ ହେଲେ ।ପ୍ର.ବଂ. ୮:୩୪
ଦିତୀୟ ଶାମୁୟେଲ 9 : 13 (ORV)
ଏହିରୂପେ, ମଫୀବୋଶତ୍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ତାହାର ଦୁଇ ପାଦ ଛୋଟା ଥିଲା ।

1 2 3 4 5 6 7 8 9 10 11 12 13

BG:

Opacity:

Color:


Size:


Font: